Tuesday, April 12, 2011

ଅନୁମତି (କବିତା)

ଯଦି ତୁମେ ଅନୁମତି ଦି ଅନ୍ତ

ତୁମ ଯୌବନ ବଗିଚା ରୁ ଫୁଲ ଟିଏ ଚୋରେଇ ନିଅନ୍ତି, .

ବାସନା ମସ୍ତୀ ରେ ନାଚି ଯାନ୍ତି

ଭିଜି ଯାନ୍ତI ମୋ ଆଶା ଆଉ ଆକାଂକ୍ଷା,

ତୁମ ଓଠ ଲାଲିମା ରେ ମଧୁର ତରଂଗ

ପିଇ ବାର ଆକାଂକ୍ଷା ରେ ମନ ମୋର ତୃଷ୍ଣା ରେ ନିମଗ୍ନ ,

ମୋ ମନ ତୃଷ୍ଣା କୁ ମେଂଟେଇ ପାରିବ କି?

ଓଠ ରୁ ତୁମର ଟୋପେ ମହୁ ଚୋରାଇ ନିଅନ୍ତି,

ତୁମେ ବି ଏକା ମୁଁ ବି ଏକା

ଆଉ ଚତୁର୍ ପାର୍ଶ୍ବ ରେ ନିସ୍ଥବ୍ଦ ନିରବତା

ଅIମ ପାଖ ରେ ଅଛି ଆମ ବାସ୍ତବତା

ଯଦି ତୁମେ ଅନୁମତି ଦି ଅନ୍ତ

ଦୁଇ ହୃଦୟ ମିଳନ ହୁଅନ୍ତା,

ଆଉ ଗଢା ଯାନ୍ତI ନୁଆ ଏକ ଆତ୍ମିୟତା ....

ବିଶ୍ବନାଥ୍ ନାୟକ୍,

ଗୋପIଲପୁର୍ ,ତିହିଡି. BHADRAK

2 comments:

  1. I can not understand odiya but I know you write great...

    ReplyDelete
  2. thanks a lot ,,,i will write its translation version 4 u ..after some days

    ReplyDelete